ରାଫେଲ ଚୁକ୍ତିକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ, କହିଲେ ‘ଚୋର କି ଦାଢ଼ୀ…’

ନୂଆଦିଲ୍ଲୀ,ଏଜେନ୍ସି: ପୁଣି ଥରେ ରାଫେଲ ଚୁକ୍ତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ରାଫଲେ ଚୁକ୍ତିର ଯାଞ୍ଚ ପାଇଁ ଦାବି କରିଛି। ସୂଚନା ଅନୁସାରେ ରାଫେଲ ଚୁକ୍ତିକୁ ନେଇ ଫ୍ରାନ୍ସରେ ଏକ ଜଜଙ୍କୁ ନିଯୁକ୍ତି କରାଯାଇଛି। ଏହି ମଧ୍ୟରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଏନେଇ ସେ ଟୁଇଟରେ ହାସଟ୍ୟାଗ୍ ରାଫେଲ ସ୍କାମ ଲଗାଇ ‘ଚୋର କି ଦାଢ଼ୀ’ ଲେଖିଛନ୍ତି। ଏଥିସହ ରାହୁଲ ରାଫେଲ ଚୁକ୍ତି ସମ୍ପର୍କରେ ମିଳିତ ସଂସଦୀୟ କମିଟି (ଜେପିସି)ରେ ତଦନ୍ତ ଦାବି କରିଛନ୍ତି।

ଏହା ବ୍ୟତୀତ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି କି ରାଫେଲ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କ ସନ୍ଦେହ ସତ ପ୍ରମାଣିତ ହୋଇଛି। ତେଣୁ ଆମେ ରାଫେଲ ଚୁକ୍ତିର ଜେପିସି ତଦନ୍ତ ଦାବି କରୁଛୁ। ତେଣୁ କେନ୍ଦ୍ର ସରକାର କେତେବେଳେ ଜେପିସି ଯାଞ୍ଚକୁ ଅନୁମତି ଦେବ ବୋଲି ଶ୍ରୀ ସୁରଜେୱାଲା ପ୍ରଶ୍ନ କରିଛନ୍ତି।