ଡେଲ୍ଟା ଭେରିଆଣ୍ଟ ବିରୋଧରେ କୋଭାକ୍ସିନ ୬୫.୨ ପ୍ରତିଶତ ପ୍ରଭାବୀ

ନୂଆଦିଲ୍ଲୀ: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ଟିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ନିକଟରେ ଭାରତ ବାୟୋଟେକ ଦ୍ୱାରା କରାଯାଇଥିବା ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ କୋଭାକ୍ସିନ ୭୭.୮ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଥିଲା। ଏଥିସହିତ ଡେଲ୍ଟା ଭେରିଆଣ୍ଟ ବିରୋଧରେ କୋଭାକ୍ସିନ ୬୫.୨ ପ୍ରତିଶତ ପ୍ରଭାବଶାଳୀ। ଏଭଳି ସ୍ଥିତିରେ ୟୁଏସ ଡ୍ରଗ ଡେଭଲପର କହିଛି ଯେ, କୋଭିଡ-୧୯ର ଗମ୍ଭୀର ମାମଲାରେ କୋଭାକ୍ସିନ ୯୩.୪ ପ୍ରତିଶତ ଫଳପ୍ରଦ।