କୃଷି ଆଇନକୁ କଂଗ୍ରେସର ବିରୋଧ: ଟ୍ରାକ୍ଟର ଚଳାଇ ସଂସଦ ଭବନ ଆସିଲେ ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାକ୍ଟର ଚଳାଇ ସଂସଦ ଭବନ ଅଭିମୁଖେ ଆସିଥିଲେ। ସକାଳେ ରାହୁଲ ତୁଗଲକ ଲେନରେ ଥିବା ବାସଭବନରୁ ଟ୍ରାକ୍ଟର ଚଳାଇ ସଂଦସ ଆସିଥିଲେ। ରାହୁଲଙ୍କ ସହିତ କଂଗ୍ରେସର ଅନ୍ୟ କିଛି ନେତା ଟ୍ରାକ୍ଟରରେ ବସି ସଂସଦ ଭବନ ଆସିଥିଲେ।

କେନ୍ଦ୍ର ସରକାର ଗତ ବର୍ଷ ଆଣିଥିବା ୩ଟି କୃଷି ଆଇନକୁ ବିରୋଧ କରି ଅକ୍ଟୋବର ଶେଷ ସପ୍ତାହରୁ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। କଂଗ୍ରେସ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଛି। ଏନେଇ ଦଳ ପକ୍ଷରୁ ମଧ୍ୟ ଦେଶ ବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି।

ଏହି ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି କି କୃଷକଙ୍କ ସମସ୍ୟାକୁ ନେଇ ଆଜି ସଂସଦ ଆସିଛୁ। ସଂସଦରେ ଏ ବିଷୟରେ ଆଲୋଚନା କରିବାକୁ ଦିଆଯାଉନାହିଁ। ଏହି ନୂଆ ଆଇନ କଳା ଆଇନ ବୋଲି ଦର୍ଶାଇବା ସହ ଏହାକୁ ଫେରାଇନେବାକୁ ରାହୁଲ କହିଛନ୍ତି।