ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦୁରପ୍ପା

କର୍ଣ୍ଣାଟକ,ଏଜେନ୍ସି: ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ପଦରୁ ଇସ୍ତଫା ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଭାବେ ନିଜର ୨ ବର୍ଷ ପୂର୍ତ୍ତି ପାଳନ କରିଥିଲେ।

ଅନ୍ୟପଟେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ କୃଷି ମନ୍ତ୍ରୀ ବିସି ପାଟିଲ ଏବଂ ମୁରଗେଶ ନିରାନିଙ୍କ ନାମ ସାମ୍ନାକୁ ଆସୁଛି।