ଟିକାକରଣକୁ ନେଇ କେନ୍ଦ୍ରକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଟିକାକରଣକୁ ନେଇ ସେ କେନ୍ଦ୍ରକୁ ଘେରିଛନ୍ତି। ଟିକାକରଣ ଦେଶରେ ହ୍ରାସ ପାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦେଶରେ ୨.୫ କୋଟି ଟିକାକରଣ ହୋଇଥିଲା। ଏହାପରେ ଟିକାକରଣ କାର୍ଯ୍ୟକ୍ରମ ଶେଷ ବୋଲି କହି କେନ୍ଦ୍ରକୁ କଟାକ୍ଷ କରିଛନ୍ତି। କେବଳ ସେତିକି ନୁହେଁ, ଦେଶର ଦଶ ଦିନର କୋଓ୍ବିନ ପୋର୍ଟାଲର କରୋନା ଟିକାକରଣ ତଥ୍ୟ ମଧ୍ୟ ଟୁଇଟରେ ସେୟାର କରିଛନ୍ତି।

ସେପଟେ, କରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟିକାକରଣ। ଦେଶରେ ଏପର୍ଯ୍ୟନ୍ତ ୮୦ କୋଟି ୩୩ ଲକ୍ଷ ୭୫ ହଜାର ୧୪୭ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି।