ଭାରତ-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ ଶୃଙ୍ଖଳାରୁ ଓହରିଲେ ରୋହିତ: ଦଳ ସମ୍ଭାଳିବେ ରାହାଣେ

ନୂଆଦିଲ୍ଲୀ,ଏଜେନ୍ସି: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ରୋହିତ ଶର୍ମା ଓହରିଯିବାରୁ କାନପୁରରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ନେତୃତ୍ୱ ନେବେ। ପୂର୍ବରୁ ପ୍ରଥମ ଟେଷ୍ଟ୍‌ରୁ ସ୍ଥାୟୀ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ନିଜ ଉପରୁ କାର୍ଯ୍ୟଭାର ହ୍ରାସ କରିବା ଲକ୍ଷ୍ୟରେ ରୋହିତ ଶର୍ମା ଓହରିଯିବାରୁ ଏଭଳି ପରିବର୍ତ୍ତନ କରାଯାଇଛି। ଏଥିସହିତ ନ୍ୟୁଜିଲାଣ୍ଡ ବିପକ୍ଷ ଦଳ ପାଇଁ ଭାରତୀୟ ଟିମ ଘୋଷଣା ହୋଇଯାଇଛି।

ଚୟନକର୍ତ୍ତାମା‌ନଙ୍କ ବୈଠକ ପରେ ଏକଥା ମଧ୍ୟ ବିଶ୍ୱାସ କରାଯାଉଛି ଟେଷ୍ଟ୍‌ ଶୃଙ୍ଖଳାରୁ ମଧ୍ୟ ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ଋଷଭ ପନ୍ତ ଏବଂ ଶାର୍ଦୁଳ ଠାକୁର ପ୍ରମୁଖଙ୍କୁ ବିଶ୍ରାମ ଦିଆଯିବ। ଟି-୨୦ ଅଧିନାୟକ ପଦ ଛାଡ଼ିବା ପରେ ବିରାଟ ‌କୋହଲି ଭାରତୀୟ ଏକଦିବସୀୟ କ୍ରିକେଟ୍ ଦଳର ଅଧିନାୟକ ରହିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏଥିନେଇ ବିସିସିଆଇ ଜାନୁଆରି ୧୧, ୨୦୨୨ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପରେ କଥା ହେବ।

ଭାରତ ଦଳ: ଅଜିଙ୍କ୍ୟ ରାହଣେ (ଅଧିନାୟକ), କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚିତେଶ୍ୱର ପୁଜାରା (ଉପ-ଅଧିନାୟକ), ଶୁଭମାନ ଗିଲ, ଶ୍ରେୟସ ଆୟର, ରିଦ୍ଧିମାନ ଶାହା (ୱିକେଟ କିପର), କେଏସ୍ ଭରତ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ୍, ଅକ୍ସର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମୋହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା।