ସଇଁନ୍ତଳା କଲେଜରେ ରାଗିଂ, ଛାତ୍ରଙ୍କୁ ଆକ୍ରମଣ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ରାଗିଂ ଚିନ୍ତାର ବିଷୟ ପାଲଟିଛି । ଏହାର ମୂଳତ୍ପୋଟନ କରିବା ପାଇଁ ଆଣ୍ଟି ରେଗିଂ ସ୍କ୍ୱାର୍ଡ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଥମିବାର ନେଉନାହିଁ । ଏଭଳି ସ୍ଥିତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର କାହ୍ନା ତାଣ୍ଡି ଓ ଯୁକ୍ତ ୨ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଆଜି ସେହି ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରମାନେ କିଛି ଅଣଛାତ୍ରଙ୍କ ସହ କଲେଜ ଭିତରକୁ ପଶି ଉକ୍ତ ଛାତ୍ରକୁ କଲେଜ ପରିସରରୁ ବାହାରକୁ ନେଇ ଗାଳିଗୁଲଜ କରିବା ସହ ଛାତ୍ରକୁ ନିସ୍ତୁକ ମାଡ଼ ମାରିଥିବା ନେଇ ସଇଁନ୍ତଲା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିବା ଜଣାପଡ଼ିଛି । ମାଡ଼ ମାରିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ କଲେଜ ଅଧ୍ୟକ୍ଷ ଶିବପ୍ରସାଦ ବିଶ୍ୱାଳକୁ ଫୋନ ଯୋଗେ ଯୋଗାଯୋଗ କରା ଯାଇଥିଲା । ହେଲେ ସେ ଫୋନ ଉଠାଇ ନଥିଲେ ।