ସାମ୍ବାଦିକଙ୍କ ପିତୃ ବିୟୋଗ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଇଶ୍ୱର ପ୍ରସାଦ ପଟ୍ଟନାୟକଙ୍କ ପିତା ଆର.ସଦାନନ୍ଦ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଛି। ସେ ଦୀର୍ଘ ୪୦ ବର୍ଷ ଧରି ବିଭିନ୍ନ ଖବର କାଗଜର ବିତରକ ଭାବେ ଅତିନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ। ମାଲକାନଗିରି ବରିଷ୍ଠ ସମାଜସେବୀ, ବ୍ୟବସାୟୀ,ଖବରକାଗଜ ବିତରକ ଓ ନିଷ୍ଠାବାନ ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ। ମାଲକାନଗିରି ଜିଲ୍ଲାରେ ଖବରକାଗଜଗୁଡ଼ିକୁ ଘରେ ଘରେ ପହଂଚାଇବାରେ ତାଙ୍କର ପ୍ରମୂଖ ଭୂମିକା ଥିଲା। ତାଙ୍କ ଶରୀର ଅସୁସ୍ଥ ହେବାରୁ ସୋମବାର ରାତ୍ରିରେ ଭୋଜନ କରିବା ବେଳେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ବିଶାଖାପାଟଣାକୁ ସ୍ତାନାନ୍ତରୀତ କରିଥିଲେ।

ବିଶାଖାପାଟଣା ଚିକିତ୍ସାଳୟକୁ ନେବାବେଳେ ହୃଦରୋଗରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଆଜି ଅପରାହ୍ନରେ ତାଙ୍କର ମର ଶରୀର ମାଲକାନଗିରି ପହଂଚିଲା ପରେ ଜିଲ୍ଲାର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ଶେଷ ଦର୍ଶନ କରିବା ସହ ତାଙ୍କର ଆତ୍ମାର ସଦଗତି କାମନା କରିଥିଲେ। ସେ ଜଣେ ବନ୍ଧୁବଚ୍ଛଳ ଓ ଧାର୍ମିକ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମର ଶରୀର ନିକଟରେ ପତ୍ନୀ ବିଜୟଲକ୍ଷ୍ମ୍ମୀ ପଟ୍ଟନାୟକ ,ବଡପୁଅ ଇଶ୍ୱର ଏବଂ ସାନ ପୁଅ ରବି ଶଙ୍କର ପଟ୍ଟନାୟକ ପ୍ରମୁଖ ରହିଥିବା ବେଳେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କୁ ଅନ୍ତିମ ବିଦାୟ ଦିଆ ଯାଇଥିଲା। ତାଙ୍କ ଅନ୍ତ୍ୟୋଷ୍ଟିକ୍ରିୟା ସ୍ଥାନୀୟ ଆଇ.ଏମ.ଏସ.ଟି ବିଦ୍ୟାଳୟ ନିକଟସ୍ଥ ଶ୍ମଶାନରେ ସମ୍ପନ୍ନ ହୋଇଛି। ଏଥିରେ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମିଙ୍କ ସହ ସହରର ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।