ବଜାରକୁ ଆସିଲା ପିଆଜର ନୂଆ ଫସଲ : ଦର କମିବା ସମ୍ଭାବନା

ନୂଆଦିଲ୍ଲୀ : ଦେଶରେ ପିଆଜ ଦର କମିବାରେ ଲାଗିଛି । ତଥାପି ମଧ୍ୟ ଦର ଏବେ କିଲୋଗ୍ରାମ ପିଛା ୬୦ ଟଙ୍କା ରହିଛି । ତେବେ ଚଳିତ ମାସରୁ ବଜାରକୁ ପିଆଜର ନୂଆ ଅମଳ ଆସିବା ପରେ ଦର ସ୍ୱାଭାବିକ ସ୍ତରକୁ ଆସିବା ଆଶା କରାଯାଉଛି । ଏହା ସହିତ ରପ୍ତାନି କଟକଣାକୁ ହଟାଇବାକୁ ସରକାର ବିଚାର କରୁଛନ୍ତି ।

ଭାରତରେ ପିଆଜର ନୂଆ ଫସଲ ଜାନୁଆରି ମାସରୁ ମେ ମାସ ମଧ୍ୟରେ ଆସିଥାଏ । ଚଳିତ ମାସରୁ ନୂଆ ଫସଲ ଆସିଲେ ଦର ହ୍ରାସ ପାଇବ ବୋଲି କେନ୍ଦ୍ର ଖାଦ୍ୟମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି । ତେବେ ମହାରାଷ୍ଟ୍ରରେ ଗତ ବର୍ଷ ହୋଇଥିବା ପ୍ରବଳ ବର୍ଷା କାରଣରୁ ପିଆଜ ଫସଲ ନଷ୍ଟ ହୋଇଥିଲା । ଏହି କାରଣରୁ ଏବର୍ଷ ପିଆଜ ଉତ୍ପାଦନ ୨୫ ପ୍ରତିଶତ କମ ରହିବା ଅଟକଳ କରାଯାଉଛି ।