ପୁରୀରେ ପହଞ୍ଚିଲା କୁଇନ୍ସ ବ୍ୟାଟନ୍ ରିଲେ, ପ୍ରଶାସନ ଓ କ୍ରୀଡା ପ୍ରେମୀଙ୍କ ପକ୍ଷରୁ ଜୋରଦାର୍‌ ସ୍ୱାଗତ

ପୁରୀ,ଏନ୍ଏନ୍ଏସ୍: ବ୍ରମିଂହମ୍ ରାଜ୍ୟଗୋଷ୍ଠୀ କ୍ରୀଡା କ୍ବୁଇନ ବ୍ୟାଟନ ରିଲେ (ମଶାଲ)କୁ ପୁରୀରେ ସ୍ବାଗତ କରାଯାଇଛି। ଏହି ମଶାଲକୁ ପ୍ରଥମେ ଡାକ୍ତରଖାନା ଛକ, ବଳଗଣ୍ଡି , ମାର୍କେଟ ଛକ, ବିଗବଜାର, ମର୍ଚ୍ଚିକୋଟ, ସିଂହଦ୍ବାରରେ ପ୍ରଶାସନ ଓ କ୍ରୀଡା ପ୍ରେମୀମାନେ ସ୍ବାଗତ କରିଥିଲେ। ଏହି ଅବସରରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡାବିତ ମାନେ ସାମିଲ ହେଇଛନ୍ତି।

ଏହା ପରେ ଏହି ମଶାଲକୁ ବ୍ଲୁ ଫ୍ଲାଗ ବିଚରେ ସ୍ୱାଗତ କରାଯାଇଛି । ପରେ ଏହି ମଶାଲ କୋଣାର୍କରେ ପହଞ୍ଚିବା ପରେ ଏହା ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ । ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ପୂର୍ବରୁ ଏହି ମଶାଲକୁ ରାଜ୍ୟଗୋଷ୍ଠୀର ସଦସ୍ୟ ଥିବା ସମସ୍ତ ରାଷ୍ଟ୍ରରେ ପରିଭ୍ରମଣ କରାଯାଇଥାଏ। ଚଳିତବର୍ଷ ଆସନ୍ତା ଜୁଲାଇ ମାସରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେଉଥିବାରୁ ଏହି ମଶାଲକୁ ପୁରୀ ଅଣାଯାଇଛି ।