ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀକୁ ଦେଶର ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ପୁରସ୍କାର

ଭୁବନେଶ୍ଵର,ଏନ୍ଏନ୍ଏସ୍: ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ। ବିପିଏସ୍‌ପିଏ ୨୦୨୦-୨୧ ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି। ପୁରସ୍କାର ବାବଦକୁ ଟ୍ରଫି ସହ ୨୦ଲକ୍ଷ ଟଙ୍କା ମିଳିଛି। ୨୦୧୫ରୁ ପୂର୍ବାଞ୍ଚଳରୁ ବିଭିନ୍ନ କାଟାଗୋରୀରେ କ୍ରମାଗତ ଜିତି ଆସୁଛି ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ।

୨୦୦୫ରେ ଏହି ଏକାଡେମୀର ପ୍ରତିଷ୍ଠା କରାଯାଇଥିଲା। ଏଠାରେ ଡେପୁଟି ସୁବେଦାର ଠାରୁ ଡିଏସପି ରାଙ୍କ ଯାଏଁ ତାଲିମ ଦିଆଯାଉଛି। ଏପର୍ଯ୍ୟନ୍ତ ୬ଟି ବ୍ୟାଚରେ ୬୫ ଜଣ ଡିଏସପିଙ୍କୁ ତାଲିମ ଦିଆଯାଇଛି । ଅବକାରୀ ପରବହନ ଓ ଜଙ୍ଗଲ ବିଭାଗ ଅଫିସରଙ୍କୁ ମଧ୍ୟ ତାଲିମ୍ ଦିଆଯାଉଛି।