ଦେବଗଡ଼,ଏନ୍ଏନ୍ଏସ୍: ଆଜି ଠାରୁ ଓଡ଼ିଶା ସମେତ ସାରା ଭାରତରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଏହାକୁ କଡାକଡି ଭାବେ ପାଳନ କରାଯାଉଛି। ତେବେ ଏହି ପରିପ୍ରେକ୍ଷୀରେ ଚାରିଆଡେ ଏ ନେଇ ସଚେତନତା କରାଯାଉଥିବା ବେଳେ ଦେବଗଡ଼ରେ ଏଥିରେ ଅଭାବ ଦେଖାଦେଇଛି।

ସୂଚନା ଅନୁସାରେ ଏଠାକାର ସାଂସଦ ନିତେଶ ଗଙ୍ଗଦେବ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ କରୋନା ସମ୍ପର୍କିତ କୌଣସି ସଚେତନତା କାର୍ଯ୍ୟକ୍ରମ କରିନାହାନ୍ତି। ଲକଡାଉନ ସମୟରେ ରାଜନୈତିକ ନେତୃ ବୃନ୍ଦ ଜନସାଧାରଣ ତଥା ନିଜ କର୍ମୀ ଓ ସମର୍ଥକଙ୍କୁ ଜନସଚେତନତା କାର୍ଯ୍ୟରେ ସାମିଲ କରି ଜିଲ୍ଲାକୁ କରୋନା ମୁକ୍ତ ରଖିବା ସହ ସରକାରୀ ଅଧିକାରୀଙ୍କୁ ସହଯୋଗର ହାତ ବଢାଇଲେ ଏହା ଦେଶସେବା ହେବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।
