ଟୋକିଓ ଅଲିମ୍ପିକ୍ସ: ମାତ୍ର ୪୦ ମିନିଟରେ ଜିତିଲେ ପିଭି ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପ୍ରବେଶ

ଟୋକିଓ,ଏଜେନ୍ସି: ଟୋକିଓ ଅଲିମ୍ପିକ୍ସର ୭ମ ଦିନରେ ଭାରତୀୟ ଦଳ ନିଜର ଅଭିଯାନ ଜାରି ରଖିଛନ୍ତି। ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ମହିଳା ଏକକ ବର୍ଗରେ ଡେନମାର୍କର ମିଆ ବ୍ଲିଚଫେଲ୍ଡଟଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରିଛନ୍ତି। ଏଥି ସହିତ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ତାରକା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ପିଭି ସିନ୍ଧୁ ଆଜି ନିଜର ପ୍ରତିଯୋଗୀଙ୍କ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ପ୍ରବଳ ଉତ୍ସାହର ସହିତ ମ୍ୟାଚ ଖେଳିଛନ୍ତି।

ମ୍ୟାଚ ଆରମ୍ଭରୁ ପିଭି ସିନ୍ଧୁ ଭଲ ଖେଳିଥିଲେ। ମଧ୍ୟବର୍ତ୍ତୀ ସମୟରେ ମିଆ ମଧ୍ୟ ଭଲ ଖେଳିଥିଲେ। କିନ୍ତୁ ସେ ପରବର୍ତ୍ତୀ ସମୟରେ ଭଲ ସ୍କୋର କରିପାରି ନଥିଲେ। ସିନ୍ଧୁ ପ୍ରଥମ ଗେମ ପରେ ୨ୟ ଗେମକୁ ମଧ୍ୟ ନିଜ ନାଁରେ କରିପାରିଛନ୍ତି। ତେବେ ପିଭି ସିନ୍ଧୁ ପଦକ ସ୍ଥାନରେ ପହଞ୍ଚିବା ପାଇଁ ଆଉ ଗୋଟିଏ କ୍ୱାର୍ଟରଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।