ଟୋକିଓ ଅଲିମ୍ପିକ୍ସ: ଚମ୍ପିଅନ୍ ଆର୍ଜେଣ୍ଟିନାକୁ ୩-୧ରେ ହରାଇଲା ଭାରତୀୟ ହକି ଟିମ୍

ଟୋକିଓ,ଏଜେନ୍ସି: ଭାରତୀୟ ହକି ଟିମ୍ ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଛି। ୭ମ ଦିନରେ ପୁଲ-ଏ ମ୍ୟାଚରେ ରିଓ ଅଲିମ୍ପିକ୍ସ-୨୦୧୬ ଚମ୍ପିଅନ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରିଛି।

ଆର୍ଜେଣ୍ଟିନା ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ଗୋଲ ଦେଇ ୧-୦ରେ ଅଗ୍ରଣୀ ଥିଲା। ମାଇକୋ କ୍ୟାସେଲା ୪୭ତମ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। ଟିମ ପାଖରେ ଭଲ ସୁଯୋଗ ଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଫର୍ମକୁ ଫେରିଥିଲେ। ଜବାବରେ ଭାରତ ପକ୍ଷରୁ ବରୁଣ କୁମାର, ବିବେକ ସାଗର ପ୍ରସାଦ ଓ ହରମନପ୍ରୀତ ସିଂହ ଗୋଲ ଦେଇଥିଲେ।

ସୂଚନାଯୋଗ୍ୟ, ଭାରତୀୟ ଟିମ ପୁଲ-୧ରେ ନିଜର ୩ୟ ମ୍ୟାଚରେ ମଙ୍ଗଳବାର ସ୍ପେନକୁ ୩-୦ରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ରୁପିନ୍ଦର ପାଲ ସିଂହ ୨ଟି ଓ ସିମରନଜୀତ ସିଂହ ଗୋଟିଏ ଗୋଲ ଦେଇଥିଲେ। ଟିମ ଇଣ୍ଡିଆ ପୂର୍ବରୁ ନ୍ୟୁଜିଲାଣ୍ଡକୁ ନିଜର ପ୍ରଥମ ମ୍ୟାଚରେ ୩-୨ ଗୋଲରେ ପରାସ୍ତ କରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୧-୭ରେ ପରାସ୍ତ ହୋଇଥିଲା।