ସ୍ୱର୍ଣ୍ଣ ଜିତିଲେ ସିନ୍ଧୁ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ସିନ୍ଧୁ କାନାଡାର ମିଶେଲ ଲିଙ୍କୁ ୨୧-୧୫ ଏବଂ ୨୧-୧୩ ସେଟରେ ହରାଇ ଦେଇଛନ୍ତି । ଏଥିସହିତ ସିନ୍ଧୁ ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସୂଚନାଯୋଗ୍ୟ, ପିଭି ସିନ୍ଧୁ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ୨୦୧୮ ଗୋଲ୍ଡ କୋଷ୍ଟରେ ରୌପ୍ୟ ପଦକ ଜିତିଥିଲେ ।