ହଟିଲା ସସପେନ୍ସ, ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି

ନୂଆଦିଲ୍ଲୀ,ଏଜେନ୍ସି: କିଏ ହେବେ ଉତ୍ତରାଖଣ୍ଡରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ତାହା ଉପରୁ ହଟିଛି ସସ୍‌ପେନ୍ସ। ପୁଣି ଥରେ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ବୈଠକରେ ପୁଷ୍କର ସିଂ ଧାମି ସର୍ବସମ୍ମତିରେ ନେତା ନିର୍ବାଚିତ ହୋଇଛନ୍ତି।

ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ଉପସ୍ଥିତିରେ ପୁଷ୍କର ସିଂ ଧାମି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି।

ତେବେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ କରି ଧାମିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜନାଥ ସିଂ ଟ୍ୱିଟ କରିଛନ୍ତି ଯେ, ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ପ୍ରଗତି କରିବ।