ଋଷ ସହିତ ମିଶି ୟୁକ୍ରେନକୁ ଆକ୍ରମଣ କରିବ ବେଲାରୁଷ

ନୂଆଦିଲ୍ଲୀ,ଏଜେନ୍ସି: ମାସେ ହେବାକୁ ବସିଲାଣି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସ୍ଥିତି ଦିନକୁ ଦିନ ଆହୁରି ଗମ୍ଭୀର ହେଉଛି। ଋଷ ୟୁକ୍ରେନକୁ ସମୂଳେ ନାଶ କରିବାର ପ୍ରତିଜ୍ଞା କରିଥିବା ବେଳେ ୟୁକ୍ରେନ୍ ମଧ୍ୟ ଯୁଦ୍ଧରେ ପଛକୁ ହଟିବ ନାହିଁ ବୋଲି ନିଷ୍ପତି ନେଇଛି।

ଏହାରି ମଧ୍ୟରେ ୨୬ ଦିନ ବିତିଗଲାଣି ମାତ୍ର ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ହୋଇପାରୁନି। ଏପଟେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଋଷ ଉପରେ ବହୁ ବଡ଼ ବଡ଼ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇଥିବା ବେଳେ କିଛି ଦେଶ ଯୁଦ୍ଧରେ ଋଷ ସହିତ ମିଶି ଲଢେଇ କରିବାକୁ ଆଗେଇ ଆସିଛନ୍ତି।

ଏବେ ଋଷ ସହିତ ମିଶି ୟୁକ୍ରେନ୍ ବିପକ୍ଷରେ ଲଢେଇ କରିବ ବେଲାରୁଷ। ବେଲାରୁଷ ୟୁକ୍ରେନର ଅତି ନିକଟତର ହୋଇଥିବା ବେଳେ ଯଦି ୟୁକ୍ରେନ୍ ଉପରେ ବେଲାରୁଷ ଆକ୍ରମଣ କରେ ତେବେ ନିହାତି ଭାବରେ ୟୁକ୍ରେନରେ ମାତ୍ରାଧିକ କ୍ଷତି ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ବେଲାରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ନେଇ ୟୁକ୍ରେନ୍ ଗୁଇନ୍ଦ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।