ଦ୍ୱିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ବିରେନ ସିଂ ନେଲେ ଶପଥ

ପାଟନା,ଏଜେନ୍ସି: ଦ୍ୱିତୀୟ ଥର ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ବିରେନ ସିଂ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଇମ୍ପାଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ଦ୍ୱିତୀୟ ଥର ମଣିପୁର ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି।

ରବିବାର ମଣିପୁର ରାଜ୍ୟପାଳ ଏଲ୍‌ ଗଣେଶନ ବିଜେପି ବିଧାୟକ ଦଳ ନେତା ତଥା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କିରଣ ରିଜିଜୁକୁ ଦଳ ତରଫରୁ ଏକ ପତ୍ର ହସ୍ତାନ୍ତର କରାଯାଇଥିଲା।

ରାଜଭବନର ବୟାନ ଅନୁସାରେ, ଦୁଇ ରାଜନୈତିକ ଦଳ ଜେଡିୟୁର ୬ ବିଧାୟକ, କୁକି ପିପୁଲ୍ସ ଏଲାଏନ୍ସର ୨ ଜଣ ସଦସ୍ୟ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି।