ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

ଉତ୍ତରାଖଣ୍ଡ: ଦେହରାଦୁନ ପ୍ୟାରେଡ ଗ୍ରାଉଣ୍ଡରେ ପୁଷ୍କର ସିଂହ ଧାମୀ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରଜ୍ୟପାଳ ଲେଫଟନାଣ୍ଟ ଜେନେରାଲ ଗୁରମୀତ ସିଂହ ଧାମୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପି ଶାସିତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଞ୍ଚରେ ଉପସ୍ଥିତ ଥିଲେ । ଶପଥ ନେବା ପରେ ମୋଦୀଙ୍କ ଆଶୀର୍ବାଦ ନେବା ପାଇଁ ଧାମୀ ତୁରନ୍ତ ତାଙ୍କ ପାଖରେ ପହଂଚିଥିଲେ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ପରେ ସତ୍ୟପାଲ ମହାରାଜା ମନ୍ତ୍ରୀ ପଦର ଶପଥ ନେଇଥିଲେ । ସତ୍ୟପାଲଙ୍କ ବ୍ୟତୀତ ଧନ ସିଂହ ରାୱତ, ଗଣେଷ ଯୋଶୀ, ରେଖା ଆର୍ଯ୍ୟ, ସୁବୋଧ ଅନିୟାଲ, ସୌରଭ ବହୁଗୁଣା, ପ୍ରେମଚନ୍ଦ ଅଗ୍ରୱାଲ ଓ ଚନ୍ଦନ ରାମ ଦାସଙ୍କୁ ରାଜ୍ୟପାଳ ଶପଥପାଠ କରାଇଥିଲେ ।