କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ଗିରଫ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ପୁଲିସ ଗିରଫ କରିଛି । ଚାନ୍ଦବାଲି ଥାନାରେ ପହଂଚିବା ପରେ ପୁଲିସ ଗିରଫ ଦର୍ଶାଇଛି । ପରମେଶ୍ୱରଙ୍କୁ ବିଜୟୱାଡାରୁ ଚାନ୍ଦବାଲି ପୁଲିସ ଗିରଫ କରିଛି । ପରେମଶ୍ୱରଙ୍କ ନାଁରେ ଭଉଣୀଙ୍କୁ ଫେରାର କରିଥିବା ଅଭିଯୋଗ ରହିଥିବା ଜଣାପଡ଼ିଛି ।

ଉକ୍ତ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି । ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିବାବେଳେ ଡିଏସପି କଳ୍ପନା ସାହୁ ଏହାର ନେତୃତ୍ୱ ନେବେ । ୨ଟି ଟିମରେ ସମୁଦାୟ ୯ଜଣ ସଦସ୍ୟ ରହିବେ ।