ମଧ୍ୟପ୍ରଦେଶରେ ମିଗ୍-୨୧ ଟ୍ରେନର ଦୁର୍ଘଟଣା ଗ୍ରସ୍ତ

ଭୋପାଲ,ଏଜେନ୍ସି: ଭାରତୀୟ ବାୟୁସେନାର ମିଗ୍-୨୧ ଟ୍ରେନର ବୁଧବାର ସକାଳେ ମଧ୍ୟପ୍ରଦେଶର ଗ୍ୱାଲିୟର ବାୟୁସେନା କ୍ଷେତ୍ର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଏହି ଫାଇଟରଜେଟରେ ଦୈନନ୍ଦିନ ଟ୍ରେନିଂ କାର୍ଯ୍ୟ କରାଯାଏ। ତେବେ ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ହେବାରୁ ବୁଧବାର ଦିନ ୧୦ଟାରେମଧ୍ୟପ୍ରଦେଶର ଗ୍ୱାଲିୟର ବାୟୁସେନା କ୍ଷେତ୍ର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ପାଇଲଟ, ଗୋଟିଏ ଗ୍ରୁପର କ୍ୟାପଟେନ ଓ ସ୍କ୍ୱାଡ ଲିଡର ଥିବାବେଳେ ସେମାନେ ସୁରକ୍ଷିତ ଅଛନ୍ତି। ଏହି ଦୁର୍ଘଟଣାର କାରଣ ଜଣାପଡ଼ି ନଥିବାବେଳେ ଏହାର ଯାଞ୍ଚ କରିବାକୁ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ମାର୍ଚ୍ଚ ମାସରେ ରାଜସ୍ଥାନର ବିକାନେର ଠାରେ ଅନ୍ୟ ଏକ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଚଳିତ ବର୍ଷ ଭିତରେ ୧୨ଟି ଭାରତୀୟ ବାୟୁସେନାର ୧୨ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।