ପୁରୀ,ଏନ୍ଏନ୍ଏସ୍: ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରା ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ୧୨୫ଟି ବାଲି ରଥ ନିର୍ମାଣ କରିଛନ୍ତି । ସୁଦର୍ଶନ ପଟ୍ଟନାୟକ ଓ ତାଙ୍କର ଟିମ୍ ଦ୍ୱାରା ନିର୍ମିତ ଏହି ବାଲିରଥ ଦର୍ଶକଙ୍କୁ ଆକର୍ଷିତ କରୁଛି । ବାଲି ରଥ ନିର୍ମାଣ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହା ଆମର ନୂଆ ରେକର୍ଡ ।
ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ର ରଥଯାତ୍ରା ଅବସରରେ ପୁରୀକୁ ୧୦ ଲକ୍ଷ ଲୋକଙ୍କର ଆଗମନ ହୋଇଛି । ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ପୁରୀ ସହରର ଗଳିକନ୍ଦି ଜନସମୁଦ୍ର ପାଲଟିଛି । ବେଳାଭୂମିରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ରାତି ପାହିବା ମାତ୍ରେ ଶ୍ରୀକ୍ଷେତ୍ରରେ ଚାରିଆନେ ଭକ୍ତମୟ ପରିବେଶ ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରା ସ୍ୱତନ୍ତ୍ର ନୀତି ସହ ଆଜି ସକାଳୁ ଆରମ୍ଭ ହୋଇଯାଇଥିଲା। ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଶେଷ ହେବ । ଏହା ପରେ ରଥ ଉପରେ ଛେରାପହଁରା ସମେତ ଅନ୍ୟାନ୍ୟ ରୀତିନୀତି ଅନୁଷ୍ଠିତ ହେବ । ଶେଷରେ ଅପରାହ୍ଣ ୪ଟାରେ ଶ୍ରୀମନ୍ଦିରର ସିଂହଦ୍ୱାର ସାମ୍ନାରୁ ଶରଧାବାଲି ଅଭିମୁଖେ ତିନି ରଥ ଗଡ଼ିବ ।