ଇଂଲଣ୍ଡ ବିପକ୍ଷ ଭାରତୀୟ ଟିମ୍ ଘୋଷିତ

ଇଂଲଣ୍ଡ,ଏଜେନ୍ସି: ଇଂଲଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ଟି-୨୦ ଓ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ ଗୁରୁବାର ଘୋଷିତ ହୋଇଛି । କରୋନା ପଜିଟିଭ କାରଣରୁ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡ଼ିଥିବା ରୋହିତ ଶର୍ମା ଉଭୟ ଟି-୨୦ ଓ ଦିନିକିଆ ଶୃଙ୍ଖଳାରେ ଅଧିନାୟକ ଭୂମିକା ତୁଲାଇବେ । ବଡ଼ କଥା ହେଲା ଯେ, ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ବିରାଟ କୋହଲି, ୱିକେଟକିପର ବ୍ୟାଟର ଋଷଭ ପନ୍ତ, ଦ୍ରୁତବୋଲର ଜସପ୍ରୀତ ବୁମରା, ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟର ଖେଳିବେ ନାହିଁ । ଏମାନଙ୍କୁ ବିଶ୍ରାମ ଦିଆଯାଇଛି ।

ପ୍ରଥମ ଟି-୨୦ ପାଇଁ ଭାରତୀୟ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ଋତୁରାଜ ଗାଏକ୍ୱାର୍ଡ, ସଂଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋୟୀ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେସ ଖାନ, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ

ଦ୍ୱିତୀୟ-ତୃତୀୟ ଟି-୨୦ ପାଇଁ ଭାରତୀୟ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମରା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋୟୀ, ଭୁବନେଶ୍ୱର କୁମାର, ଆଭେସ ଖାନ, ହର୍ଷଲ ପଟେଲ ଓ ଉମ୍ରାନ ମଲିକ

ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମରା, ଶିଖର ଧୱନ, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ପ୍ରସିଦ୍ଦ କୃଷ୍ଣା, ମହମ୍ମଦ ଶାମୀ, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ।