ମଣିପୁରରେ ୨ ମହିଳାଙ୍କୁ ନିବସ୍ତ୍ର ବୁଲାଇବା ଘଟଣାର ଯାଞ୍ଚ କରିବ ସିବିଆଇ

ମଣିପୁର: ମଣିପୁରର ୨ଜଣ ମହିଳାଙ୍କୁ ନିବସ୍ତ୍ର ବୁଲାଇବା ଘଟଣାକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଇତିମଧ୍ୟରେ ସରକାର ଉକ୍ତ ଘଟଣାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଉକ୍ତ ମାମଲାର ଟ୍ରାୟଲ ମଧ୍ୟ ରାଜ୍ୟ ବାହାରେ ହେବ ବୋଲି ଜଣାପଡ଼ିଛି । ଏହି ମାମଲାରେ ଏକ ହଲଫନାମା ଦାୟର କରାଯିବ ।

ସୂଚନାଯୋଗ୍ୟ, ମେ’ ୪ରେ ମଣିପୁରରେ ଘଟିଥିବା ଏହି ଘଟଣାର ଭିଡିଓ ନିକଟରେ ସାମ୍ନାକୁ ଆସିଥିଲା । ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ପୂର୍ବରୁ ଗଣଦୁଷ୍କର୍ମ କରାଯାଇଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି ।