ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବ ନିର୍ବାଚନ ନେଇ କଂଗ୍ରେସର ସ୍ବତନ୍ତ୍ର ରଣନୀତି। କଂଗ୍ରସ ପକ୍ଷରୁ ପଞ୍ଜାବ ବିଧାନସଭା ନିର୍ବାଚନ ନେଇ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ରାଜ୍ୟସଭା ସାଂସଦ ଦୀପେନ୍ଦର ସିଂ ହୁଡା ଓ ବରିଷ୍ଠ ନେତା ରାଜୀବ ଶୁକ୍ଲାଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି କଂଗ୍ରେସ।
ଏହି ଦୁଇ ଜଣ ପଞ୍ଜାବରେ କଂଗ୍ରେସର ନିର୍ବାଚନୀ ପ୍ରଚାରକୁ ପରିଚାଳନା କରିବା ସହ ସମସ୍ତ କାର୍ଯ୍ୟକ୍ରମ ବୁଝିବେ। ସେହିପରି ଉଭୟ ନେତା ପଞ୍ଜାବ କଂଗ୍ରେସ ପ୍ରଭାରୀଙ୍କୁ ନିର୍ବାଚନୀ ପରିଚାଳନା ଓ ପ୍ରଚାର କାର୍ଯ୍ୟକ୍ରମରେ ସହଯୋଗ କରିବେ। ତେବେ କଂଗ୍ରେସର ଏହି ରଣନୀତି ଆଗମୀ ପଞ୍ଜାବ ନିର୍ବାଚନରେ ଦଳକୁ କେତେ ସହାୟକ ହେବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ।