୨୮ରୁ ସ୍କୁଲ ଯିବେ ପିଲା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ଫେବୃଆରୀ ୨୮ରୁ ପିଲାମାନେ ସ୍କୁଲ ଯିବେ । ୨୮ ପର୍ଯ୍ୟନ୍ତ ଘରେ ରହି ଅନଲାଇନ କ୍ଲାସ କରିବେ । ସ୍କୁଲ କିନ୍ତୁ ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ୧୪ରେ ହିଁ ଖୋଲିବ । ଏଥିସହିତ ୧୪ରୁ ଶିକ୍ଷକ ଓ କର୍ମଚାରୀ ସ୍କୁଲକୁ ଆସିବେ । ଏହି ସମୟରେ ସେମାନେ ସ୍କୁଲ ପରିସରରେ ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ଚିିଠି ଲେଖିଛନ୍ତି ।