ଋଷର ଏୟାର ଷ୍ଟ୍ରାଇକରେ ୫୩ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୨୨ ଦିନରେ ପହଂଚିଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ଓ ଗୁଳି ବିନିମୟ ମଧ୍ୟ ଜାରି ରହିଛି । ଗତକାଲି ଚିର୍ନିହାଇବରେ ଏୟାର ଷ୍ଟ୍ରାଇକ ଯୋଗୁ ୫୩ ନାଗରିକଙ୍କ ମୃତ୍ୟୁ ହୋଇଛି । ଏନେଇ ଚିର୍ନିହାଇବ ଔଲବାଷ୍ଟର ରାଜ୍ୟପାଳ ବ୍ୟାଚେସ୍ଲାବ ଚୌବ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଋଷୀୟ ସେନା ମାରିୟୁପୋଲରେ ବୁଧବାର ଏକ ଥିଏଟର ଧ୍ୱସ୍ତ କରି ଦେଇଛନ୍ତି ଯେଉଁଠି ସହସ୍ରାଧିକ ଲୋକ ଶରଣ ନେଇଥିଲେ । କିନ୍ତୁ ଉଭୟ ପକ୍ଷ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନାର ପ୍ରୟାସକୁ ନେଇ ଆଶାବାଦୀ ଅଛନ୍ତି ।