ପଞ୍ଚାୟତ ସ୍ଥରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: ସାରା ଜିଲ୍ଲାରେ ପଞ୍ଚାୟତସ୍ଥରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଆଜି ଆଦର୍ଶ ଗ୍ରାମ ପଞ୍ଚାୟତ ବୋରପଦରରେ ପଞ୍ଚାୟତସ୍ଥରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ବ୍ଲକ ଅଧ୍ୟକ୍ଷ କୁନି ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ, ସମିତି ସଭ୍ୟା ଆରତୀ ସାହୁ, ନାଏକ ସରପଞ୍ଚ ମିଥିଲା ସାହୁ, ସରପଞ୍ଚ ସୁବାସ ସାହୁ, ପିଇଓ, ଜିଆର୍‌ଏସ୍‌ ଓ ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ରାସନ କାର୍ଡ, ଆବାସ ଯୋଜନା, ଭତ୍ତା, ମନରେଗା ଯୋଜନାରେ ପ୍ରକୃତ ଶ୍ରମିକଙ୍କୁ କାମ ଯୋଗାଇଦେବା, ଯୋଗାଯୋଗ ପାଇଁ ବିଭିନ୍ନ ରାସ୍ତା ଘାଟ ଉନ୍ନତୀକରଣ ଭଳି ଅନେକ ଅଭିଯୋଗ ଆସିଥିଲା।

ଅଧ୍ୟକ୍ଷା କୁନି ସାହୁ ଏହି ଶିବିରରେ ଯୋଗଦେବା ସହ ପଞ୍ଚାୟତର ଅନେକ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଏବଂ ନୂତନ ଭାବେ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟ ଉପ କେନ୍ଦ୍ରକୁ ପରିଦର୍ଶନ ପାଇଁ ଯାଇଥିବା ସମୟରେ ଉକ୍ତ କେନ୍ଦ୍ରରେ ତାଲା ପଡିଥିଲା ଏଏନ୍‌ଏମ୍‌ କର୍ମଚାରୀଙ୍କୁ ଫୋନ କରି ତାଗିଦ କରିଥିଲେ ଆଗାମୀ ଦିନରେ ଅଞ୍ଚଳର ଜନ ସାଧାରଣ କିଭଳି ସ୍ୱାସ୍ଥ୍ୟ ସେବା ପାଇପାରିବେ ତାହା ଉପରେ ଆଲୋଚନା କରିଥିଲେ ଏବଂ ନିକଟରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ଏଭଲି କାର୍ଯ୍ୟ ଦେଖି ଅଧ୍ୟକ୍ଷାଙ୍କୁ ବେଶ୍‌ ପ୍ରସଂଶା କରିଥିଲେ।