Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଗଣଧାରଣା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଗଣଧାରଣା

ନୟାଗଡ଼,ଏନ୍‌ଏନ୍‌ଏସ୍: ରାଜସୁନାଖଳା ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଫାଣ୍ଡି ସାମ୍ନାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି। ଯାହାକୁ ନେଇ ଫାଣ୍ଡି ଅଧିକାରୀଙ୍କ ଲୋକପ୍ରିୟତା କେତେ ତାହା ପ୍ରମାଣିତ ହୋଇଛି। ସୂଚନା ଅନୁସାରେ, ୨୦୧୮ ମସିହା ଶେଷରୁ ଏସ୍‌ଆଇ ପ୍ରଦୀପ ସାମଲଙ୍କର ନୟାଗଡ଼ ଜିଲ୍ଲାରୁ ଭୁବନେଶ୍ୱର ବଦଳି ହୋଇଛି। ସେହି ସମୟରେ ସେ ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଥିଲେ। ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ତାଙ୍କୁ ଛଡ଼ିନଥିଲା।

ପରେ ରାଜସୁନାଖଳା ଫାଣ୍ଡି ଅଧିନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ଲକ୍ଷ୍ୟ କରି ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ ତାଙ୍କୁ ରାଜସୁନାଖଳା ଫାଣ୍ଡି ଅଧିକାରୀ ଦାୟିତ୍ୱ ଦେଇଥିଲେ। ମାତ୍ର କିଛି ମାସ ମଧ୍ୟରେ ଶ୍ରୀ ସାମଲ ରାଜସୁନାଖଳା ଅଞ୍ଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ସୁଧାରିବାରେ ସଫଳ ହୋଇଥିଲେ।

ମାତ୍ର ୨୦୧୮ ମସିହାର ବଦଳି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ବିଭାଗରୁ ପୁଣି ଚିଠି ଆସିବା ପରେ ଏବେ ତାଙ୍କୁ ରିଲିଜ କରାଯିବା ନେଇ ଜିଲ୍ଲା ପୁଲିସ ବ୍ୟବସ୍ଥା କରୁଛି। ଏହି ଖବର ରାଜସୁନାଖଳାବାସୀଙ୍କ ନିକଟରେ ପହଞ୍ଚିବା ପରେ କିଛିବ୍ୟକ୍ତି ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ।

ଆଜି ତାଙ୍କ ବଦଳି ପ୍ରତିବାଦରେ ଫାଣ୍ଡି ଆଗାରେ ଅନେକ ଲୋକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି। ଏହି ଆନ୍ଦୋଳନରେ ରାଜସୁନାଖଳା ପଞ୍ଚାୟତ ଲୋକଙ୍କ ସହ ଆଖପାଖ ଅଞ୍ଚଳ ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜସୁନାଖଳା ବାସୀଙ୍କ ଦାବିକୁ ଯାଥାର୍ଥ ଭାବି ଏସଆଇଙ୍କ ବଦଳି ପ୍ରତ୍ୟାହୃତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।