ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ପଞ୍ଜିକା ଅନୁସାରେ ଆସନ୍ତା କାଲି ସୂର୍ଯ୍ୟପରାଗ। ଏହି ସୂର୍ଯ୍ୟପରାଗ ସକାଳ ୧୦ ଟା ୩୮ ମିନିଟ ୧୦ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୯ ମିନିଟ ୩୦ ସେକେଣ୍ଡରେ ଶେଷ ହେବ। ତେବେ ଏଥି ପାଇଁ ଆଜି ରାତି ୧୦ଟା ୩୮ରୁ ପାକ ନିଷେଧ କରାଯିବ।
ସୂର୍ଯ୍ୟପରାଗକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ପ୍ରାୟ ୬ ଘଣ୍ଟା ଧରି ଏହି ପରାଗ ଲାଗିବ। ତେବେ ସେମାନଙ୍କ ମତରେ ସକାଳ ୯ଟା ୧୫ ମିନିଟରେ ଏହି ପରାଗ ଆରମ୍ଭ ହୋଇଯିବ ଏବଂ ୧୨ଟା ୧୫ ମିନିଟରେ ଏଥିରେ ରିଙ୍ଗ୍ ଅଫ ଫାୟାର ଦୃଶ୍ୟମାନ ହେବ। ଏହି ବଳୟ ମାତ୍ର ୧ ମିନିଟ୍ ପାଇଁ ଦେଖାଯିବ ବୋଲି କୁହାଯାଇଛି।
ଏହି ପରାଗର ପ୍ରଥମେ ଆଫ୍ରିକାର ଇଥିଓପିଆରେ ହିଁ ଶତ ପ୍ରତିଶତ ଦୃଶ୍ୟମାନ ହେବ। ଏହାପରେ ଦକ୍ଷିଣ ପାକିସ୍ତାନ ଏବଂ ପରେ ଭାରତର ରାଜସ୍ଥାନରେ ଦୃଶ୍ୟମାନ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।
