ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜନଶୁଣାଣୀ ଆରମ୍ଭ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ଜନଶୁଣାଣୀ ଦୀର୍ଘ ୨ ବର୍ଷ ପରେ ଆରମ୍ଭ ହୋଇଛି । ଏହି ଜନ ଶୁଣାଣୀରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ନିତିନ କୁଶଳ ଡ଼ାଗୁଡୁ ଯୋଗଦେଇ ଅଭିଯୋଗ ଶୁଣିଥିଲେ । ଏହି ଶୁଣାଣୀ ସମୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଉପଖଣ୍ଡର ବେଲପଡ଼ା ବିଡିଓ ଭିକ୍ଟର ସରେନ, ପାଟଣାଗଡ଼ ବିଡିଓ ନୀଳମାଧବ ସୁନା, ପାଟଣାଗଡ଼ ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁଶାନ୍ତ ସିଂ, ଖପ୍ରାଖୋଲ ଆସିଷ୍ଟାଣ୍ଡ ଇଂଜିନିୟର ସୋମ୍ୟା ଜୟପୁରିଆ କଣ୍ଟାବାଞ୍ଜି ପୂର୍ତ୍ତ, ଗୃହନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଖପ୍ରାଖୋଲ ଜିପିଓ ସୁଶାସନ ପାଣି ଓ ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ । ଆଜି ପ୍ରାୟ ୪୨ଜଣଙ୍କ ଅଭିଯୋଗ ଶୁଣି ସମାଧାନ କରାଯାଇଥିଲା । ପରେ ପାଟଣାଗଡ଼ଠାରେ ନବନିର୍ମିତ ଏସଡିଏଚ କୋଠା ପରିଦର୍ଶନ କରି ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ ।