ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ପୁଣି ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଲା । ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ା ବଢ଼ିଛି । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା ୨ ପଇସା ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡ଼ା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସାକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।