ପୃଥ୍ୱୀ-୨ର ସଫଳ ପରୀକ୍ଷଣ: ଭୂପୃଷ୍ଠରୁ ଭୂପୃଷ୍ଠକୁ ହୋଇପାରିବ ନିକ୍ଷେପ

ବାଲେଶ୍ୱର,ଏନଏନଏସ୍‌: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ମଧ୍ୟମ ଦୂରଗାମୀ ଆଣ୍ଟି ବାଲିଷ୍ଟିକ ମିସାଇଲ ପୃଥ୍ୱୀ-୨ର ରାତ୍ରିକାଳୀନ ପରୀକ୍ଷଣ ଶୁକ୍ରବାର ବାଲେଶ୍ୱର ଚାନ୍ଦିପୁରସ୍ଥିତ ଡିଆର୍‌ଡିଓର ୩ ନମ୍ବର ଲଞ୍ଚପ୍ୟାଡରୁ ସାଢ଼େ ୭ଟା ସମୟରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨କୁ ଏକ ଚଳମାନ ଯାନରୁ ପରୀକ୍ଷଣ କରାଯାଇଛି ।

ସୂଚନା ଅନୁସାରେ, ଆଣବିକ ଯୁଦ୍ଧାସ୍ତ୍ର କ୍ଷେପଣାସ୍ତ୍ର ବହନ କରିପାରୁୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ଲକ୍ଷ୍ୟଭେଦୀ କ୍ଷମତା ୨୫୦ରୁ ୩୫୦ କିଲୋମିଟର ଥିବା ବେଳେ ଏହାର ଲମ୍ବ ୮.୫୬ମିଟର ଏବଂ ମୋଟେଇ ୧୧୦ସେମି ରହିଛି । ଏହାର ୧୯୯୬ ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିବା ବେଳେ ଏହାକୁ ପୂର୍ବରୁ ସେନାବାହିନୀରେ ସାମିଲ କରାଯାଇ ସାରିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୯ ସେପ୍ଟେମ୍ବର ୨୦ରେ ଆବଣବିକ ଯୁଦ୍ଧାସ୍ତ୍ର ବହନ କରିପାରୁ ଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷଣ ପଛକୁ ପଛ ୨ ଥର କରାଯାଇଥିଲା ।