ସୀମାନ୍ତରେ ପୁଲିସ ମାଓବାଦୀ ମୁହାଁମୁହିଁ: ଗୁଳି ବିନିମୟରେ ଜଣେ ମାଓବାଦୀ ମୃତ

ମାଲକାନଗିରି,ଏନ୍‌ଏନ୍‌ଏସ୍‌: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ ଯେ, ବିଜାପୁର ଜିଲ୍ଲାର ବାସାଗୁଡ଼ା ଥାନା ଅନ୍ତର୍ଗତ କରସାଗୁଡ଼ା ଓ ଅଉଟପାଲ୍ଲୀ ଜଙ୍ଗଲରେ ସିଆରପିଏଫ ଯବାନମାନେ ଆଣ୍ଟି ନକ୍ସଲ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଫଳରେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ପ୍ରତିଉତ୍ତରରେ ସିଆରପିଏଫ ଯବାନ ମାନେ ମଧ୍ୟ ଗୁଳି ଚାଳନା କରିଥିଲେ ।

ଯବାନମାନଙ୍କ ଆକ୍ରମଣକୁ ସାମ୍ନା କରି ନପାରି ଜଙ୍ଗଲର ସାହାରା ନେଇ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଗୁଳିବିନିମୟ ପରେ ଯବାନମାନେ ଉକ୍ତ ଅଞ୍ଚଳକୁ ତଲାସୀ କରିବା ସମୟରେ ଜଣେ ମାଓବାଦୀର ମୃତଦେହ ଠାବ କରିଥିଲେ । ତେବେ ଏହି ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ସେଠାରେ କୁମ୍ବିଂ ଅପରେସନ ଚାଲିଥିବା ବିଜାପୁର ଏସପି କମଳଲୋଚନ କସ୍ୟପ ସୂଚନା ଦେଇଛନ୍ତି ।