ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ବାସୀଙ୍କୁ କରୋନାରୁ ରକ୍ଷା କରିବା ପାଇଁ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ୟୁନାଇଟେଡ ୱାଏ, ଭୂମି ଓ ସିଡ଼ି ସମ୍ବଲପୁର ଇଣ୍ଟିଗ୍ରେଟେଡ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୦ଟି ଅକ୍ସିଜେନ କନସିନଟ୍ରେଟର ଓ ୫ହଜାର ଏନ୍-୯୫ ମାକ୍ସ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ଇଣ୍ଟିଗ୍ରେଡ ଡେଭଲପମେଣ୍ଟ ଇନଷ୍ଟଚ୍ୟୁଟର ଅଧ୍ୟକ୍ଷ ଅଭିରାମ ପାଣିଗ୍ରାହୀ ଓ ପ୍ରୋଗ୍ରେସିଭ ସମ୍ବଲପୁରର ଆବାହକ ସଂଜିତ ମହାନ୍ତି ଉପସ୍ଥିତ ରହି ଉପୋରକ୍ତ ସ୍ୱାସ୍ଥ୍ୟ ସାମଗ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କୁ ପ୍ରଦାନ କରିଥିଲେ। ଏଥିସହିତ ଆଗାମୀ ଦିନରେ ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ଅକ୍ସି ଫ୍ଲୋ ମିଟର ଓ ଅକ୍ସି ମିଟର ଆଦି ୩୩ ପ୍ରକାରର ସ୍ୱାସ୍ଥ୍ୟ ସମାଗ୍ରୀ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଥିଲେ। ସେହିପରି ପୂର୍ବାହ୍ନରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉପାଧ୍ୟୟଙ୍କ ସହ ଆଲୋଚନା କରି ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ଉପକରଣକୁ ବିନିଯୋଗ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେଇ ଗ୍ରାମାଞ୍ଚଳରେ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଡିସିସି ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଗଙ୍ଗଦେବ, ତିଳେଇବଣି ବ୍ଲକ ଉପାଧ୍ୟକ୍ଷ ଭୂପେନ୍ଦ୍ର ପ୍ରସାଦ ନାୟକ, ଦିବ୍ୟପାଲ ପ୍ରଧାନ ଓ ଶଙ୍କର୍ଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।