ଯେତେବେଳେ ଆମ ପାଖରେ ସବୁଥିଲା ଏସବୁ କରିବା କ’ଣ ଦରକାର ଥିଲା : ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଯେତେବେଳେ ରାଜଙ୍କୁ ନେଇ ତାଙ୍କ ଜୁହୁସ୍ଥିତି ଘରେ ପହଂଚିଥଲା ସେତେବେଳେ ସମସ୍ତଙ୍କ ସାମ୍ନାରେ ଶିଳ୍ପା ସ୍ୱାମୀଙ୍କ ସହ ଝଗଡ଼ା କରିଥିଲେ। ଶିଳ୍ପା କ୍ରୋଧ୍ୱାନ୍ୱିତ ହୋଇ କହିଥିଲେ ଯେ, ‘ଯେତେବେଳେ ଆମ ପାଖରେ ସବୁଥିଲା ଏସବୁ କରିବାର କ’ଣ ଆବଶ୍ୟକତା ଥିଲା ? ଏସବୁ ପାଇଁ ପରିବାରର ନାମ ଖରାପ ହେବା ସହ ମୋତେ ଅନେକ ପ୍ରୋଜେକ୍ଟ ଛାଡ଼ିବାକୁ ପଡ଼ିଲା।’

ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ମାମଲାରେ ରାଜ ଗିରଫ ହେବା ପରେ ଶିଳ୍ପା ଖୁବ୍ ମର୍ମାହତ ଅଛନ୍ତି। ରାଜଙ୍କ ସହ ତାଙ୍କୁ ମଧ୍ୟ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି। ଏଥିସହିତ ରାଜଙ୍କ ଆପରେ କିପରି ବିଷୟବସ୍ତୁ ରହୁଛି ତାହା ସେ ଜାଣିନଥିବା ନେଇ ଶିଳ୍ପା ପୁଲିସ ସାମ୍ନାରେ ପ୍ରକାଶ କରିଛନ୍ତି।