ଆନ୍ଦୋଳନ ପ୍ରତ୍ୟାହୃତ, ଯାନବାହାନ ଚଳାଚଳ ସ୍ୱାଭାବିକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ଅପରାହ୍ନରେ ପ୍ରତ୍ୟାହୃତ ହୋଇଛି । ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ପୁଲିସର ଅନୁରୋଧ ରକ୍ଷା କରି ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଆଜି ଆନ୍ଦୋଳନ ଜାରି ରହିଥିଲା । ତେବେ ଦିନସାରା ସଂଘର ପରବର୍ତ୍ତୀ ପଦକ୍ଷେପକୁ ନେଇ ସାଧାରଣରେ ନାନା ଆଶା ଓ ଆଶଙ୍କା ଦେଖା ଦେଇଥିଲା । ଶେଷରେ ସମସ୍ତ ଆଶଙ୍କାକୁ ଆଡ଼େଇ ଡ୍ରାଇଭର ମହାସଂଘ ଦେବଗଡ଼ ଜିଲ୍ଲା ଶାଖାର ପଦାଧିକାରୀ ଓ ସଦସ୍ୟ ଆନ୍ଦୋଳନରୁ ଓହରି ଯାଇଥିବା ଜଣାପଡ଼ିଛି ।