ନୂଆଦିଲ୍ଲୀ: କେନ୍ଦ୍ରର ୩ ପ୍ରମୁଖ ବିରୋଧୀ ପାର୍ଟି ବିଜେପି ଓ କଂଗ୍ରେସଠାରୁ ଦୂରେଇ ରହିବାକୁ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହିକ୍ରମେ କୋଲକାତାରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆପୋଷ ବୁଝାମୁଣାରେ ନୂଆ ମୋର୍ଚ୍ଚା ପ୍ରସ୍ତୁତ କରିଛନ୍ତି । ମମତା ଆସନ୍ତା ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବେ ।
ସୂଚନାଯୋଗ୍ୟ, ପାର୍ଟିର ବରିଷ୍ଠ ନେତାଙ୍କ ସହ ଅଖିଳେଶ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଆବାସରେ ଶିଷ୍ଟାଚାର ଭେଟ କରିଥିଲେ । ଏନେଇ ସମାଜବାଦୀ ପାର୍ଟିର ୨ ନେତା ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।