ଧର୍ମାନ୍ତରୀକରଣ ବିରୋଧର ସମାବେଶ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମପଞ୍ଚାୟତର ଜୟପୁର ଗ୍ରାମରେ ଧର୍ମାନ୍ତରୀକରଣକୁ ବିରୋଧ କରି ଏକ ସମାବେଶ ଅନୁଷ୍ଠିତ ହୋଇଛି। ତ୍ରୀନାଥ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ବକ୍ତା ଭାବେ ହିନ୍ଦୁ ଜାଗରଣ ସାମୁଖ୍ୟରେ କେନ୍ଦୁଝର ଜିଲ୍ଲା ସଂଯୋଜକ ଶିବାଜୀ ଗୌତମ ମହାନ୍ତ ବର୍ମା, ମୁଖ୍ୟ ଅତିଥି ଭାବେ ଫକୀର ମୋହନ ଟୁଡୁ, ସମ୍ମାନିତ ଅତିଥି ଭାବେ ଧ୍ରୁର୍ବ ଚରଣ ନାଏକ, ବିରଞ୍ଚି ନାରାୟଣ ମହାନ୍ତ, ଶତ୍ରୁଘ୍ନ ନାଏକ, ହରିଶ୍ଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ହେମ୍ବ୍ରମ, ଅଶ୍ବିନୀ କୁମାର ମହାନ୍ତ, ବିନୋଦ ବିହାରୀ ମହାନ୍ତ, ଚନ୍ଦ୍ରଶେଖର ମାର୍ଣ୍ଡି, ଧୀରେଇ ମାଝୀ, ରବୀନ୍ଦ୍ର ମାଝୀ, କାହ୍ନୁ ମାଝୀ, ଛୋଟରାୟ ମାଝୀ, ବାସୁଦେବ ହାଁସଦା, ମାଝୀଆ ମାଝୀ ଓ ଦୁଲା ସୋରେନ ପ୍ରମୁଖ ଯୋଗଦେଇଥିଲେ।

ଏଥିରେ ଗୃହୀତ ହୋଇଥିବା ପ୍ରସ୍ତାବ ଗୁଡିକ ହେଲା, ବିଭିନ୍ନ ଗ୍ରାମରୁ ଆସିଥିବା ସାନ୍ତାଳୀ ବାବାମାନେ ନିଜ ଗ୍ରାମରେ ସଭା କରିବେ। ଗ୍ରାମମାନଙ୍କରୁ ସ୍ବାକ୍ଷରିତ ହୋଇଥିବା ଦରଖାସ୍ତଗୁଡିକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ତାରିଖ ନିର୍ଧାରଣ କରିବା ଓ ଡାଳପକା ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ବେଆଇନ ଭାବେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଗିରିଜା ଗୃହକୁ ଭଙ୍ଗାଯିବା ନିମନ୍ତେ ପଦକ୍ଷେପ ନିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସଭାରେ ବହୁ ସଂଖ୍ୟକ ସାନ୍ତାଳୀ ସମ୍ପ୍ରଦାୟର ଲୋକ ଯୋଗଦେଇଥିଲେ।