Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଥମ କାଉନସିଲ ବୈଠକରେ ପ୍ରତିଶୃତି ପୂରଣ କରିବେ ପୌରାଧ୍ୟକ୍ଷା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଥମ କାଉନସିଲ ବୈଠକରେ ପ୍ରତିଶୃତି ପୂରଣ କରିବେ ପୌରାଧ୍ୟକ୍ଷା

ଦେବଗଡ଼,ଏନ୍ଏନ୍ଏସ୍: ଚଳିତ ପୌରନିର୍ବାଚନରେ ଦେବଗଡ଼ ପୌରପରିଷଦ ଅଧ୍ୟକ୍ଷା ଆସନ ବିଜେଡି ହାତକୁ ଯାଇଥିବା ବେଳେ ବିଜେପି ଗଡ଼ରେ ବିଜେଡି ନିଜ ସ୍ଥିତିକୁ ସୁଦୃଢ କରିଛି। ସେହିପରି ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ନବ ନିର୍ବାଚିତ ପୌରାଧକ୍ଷା ଶାନ୍ତିମଞ୍ଜରୀ ଦେଇ ପ୍ରଥମ କାଉନସିଲ ବୈଠକରେ ୬ ସୂତ୍ରୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରଖିଛନ୍ତି। ଆଜି ସନ୍ଧ୍ୟାରେ ପ୍ରଧାନପାଟ ସ୍ଥିତ ବସନ୍ତନିବାସ ଡାକବଙ୍ଗଳା ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କ ଆବାହକତ୍ୱରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୌରାଧ୍ୟକ୍ଷା ସୂଚନା ଦେଇଛନ୍ତି।

ଆସନ୍ତା ୨୨ ତାରିଖରେ ଦେବଗଡ଼ ପୌରପରିଷଦର ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପୌରାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରକାଶ କରିବା ସହ ବିଜୁ ଜନତା ଦଳ ଲୋକଙ୍କ ଦଳ ଓ ବିକାଶର ଚିହ୍ନ ବୋଲି ଅବିହିତ କରିଛନ୍ତି।

ଏଥିସହ ନିର୍ବାଚନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଅନୁଯାୟୀ କାଉନସିଲ ପ୍ରଥମ ବୈଠକରେ ପୌରପରିଷଦ ପକ୍ଷରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସର ସଂଶୋଧନ, ପରିମଳ ବ୍ୟବସ୍ଥାରେ ଉନ୍ନତି, ଜନସାଧାରଣଙ୍କ ଦ୍ୱାରା ବହୁଳ ବ୍ୟବହୃତ ରାସ୍ତାର ଉନ୍ନତି ସହ ସୌନ୍ଦର୍ଯ୍ୟକରଣ, ପାନୀୟ ଜଳ ସମସ୍ୟାର ସମାଧାନ ସହ ପୌରାଞ୍ଚଳରେ ଥିବା ଶତାୟୁ ଜଳାଶୟ ଗୁଡିକର ପୁନଃରୁଦ୍ଦାର ଓ ପୂର୍ବରୁ ହୋଇଥିବା ବିଭିନ୍ନ ଟେଣ୍ଡର ପ୍ରକ୍ରିୟାରେ ସାମିଲ ଯୋଜନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା କାର୍ଯ୍ୟ ଗୁଡିକର ପୁନଃ ଟେଣ୍ଡର କରିବାକୁ ପ୍ରଥମ କାଉନସିଲ ବୈଠକରେ ସର୍ବସମ୍ମତିରେ ନିଷ୍ପତି ନେବାର ଲକ୍ଷ୍ୟ ରଖିଥିବା ନବ ନିର୍ବାଚିତ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି କାଉନସିଲର ପ୍ରମିଳା ବେହେରା, ସଂଯୁକ୍ତା ଆଚାର୍ଯ୍ୟ, ବାସନ୍ତୀ ମାଝୀ ଓ ଯତୀନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।