ଗୁଟ୍‌ଖା ବ୍ରାଣ୍ଡ ବିଜ୍ଞାପନ କରିବା ନେଇ ଅକ୍ଷୟ କୁମାର ମାଗିଲେ କ୍ଷମା

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନିଜର ବିମଲ ଇଲାଚୀ (ଗୁଜରାତି) ବିଜ୍ଞାପନରେ ଦେଖିଥିଲେ । ଏହି ବିଜ୍ଞାପନରେ ଖିଲାଡି ଅକ୍ଷୟ କୁମାର ବାଦଶାହ ଅନ୍ୟ ଅଭିନେତା ଶାହରୁଖ ଖାନ୍ ଓ ଅଜୟ ଦେବଗନଙ୍କ ସହିତ ନଜରକୁ ଆସିଛନ୍ତି । ଶାହରୁଖ ଓ ଅଜୟ ଦେବଗନଙ୍କୁ ନେଇ କିଛି ଆପତ୍ତି ହୋଇ ନଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଲୋକଙ୍କର ଦ୍ୱାରା ଟାର୍ଗେଟର ଶିକାର ହେବା ପରେ ଅକ୍ଷୟ କୁମାର ବଡ଼ ଘୋଷଣା କରିଛନ୍ତି ।

ଅକ୍ଷୟ କୁମାର ନିଜର ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, ଏହି ବିଜ୍ଞାପନରୁ ସେ ପଛଘୁଞ୍ଚା ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଗୁଟଖା ବ୍ରାଣ୍ଡ (ବିମଳ)ର ବ୍ରାଣ୍ଡ ଆମ୍ବାସଡର ରହିବେ ନାହିଁ । ଅକ୍ଷୟ କୁମାର ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଏହି ନିଷ୍ପତ୍ତି ବାବଦରେ କହିଛନ୍ତି ।

ଖିଲାଡୀ କୁମାର ନିଜର ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି ଯେ, ମତେ କ୍ଷମା କରିଦିଅନ୍ତୁ । ମୁଁ ଆପଣମାନଙ୍କୁ କ୍ଷମାମାଗୁଛି ଯେ, ମୋର ସମସ୍ତ ପ୍ରଶଂସକ ଓ ଶୁଭଚିନ୍ତକଙ୍କ ପ୍ରତିକ୍ରିୟା ବହୁତ ପ୍ରଭାବିତ କରିଛି । ଆଉ ତମାଖୁ ସଂପର୍କିତ ବିଜ୍ଞାପନ କରିବି ନାହିଁ । ବିମଳ ବିଜ୍ଞାପନରୁ ମୁଁ ପଛଘୁଞ୍ଚା ଦେଉଛି । ମୁଁ ଆପଣମାନଙ୍କ ଠାରୁ ସ୍ନେହ ଓ ଆଶୀର୍ବାଦ ଚାହୁଁଛି ।