କଟକ,ଏନ୍ଏନ୍ଏସ୍: ଆସନ୍ତା ଶନିବାରଠାରୁ କୋହିମାଠାରେ ଆରମ୍ଭ ହେବ ସାଉଥ୍ ଏସିଆନ୍ କ୍ରସ୍ କଣ୍ଟ୍ରି ଚାମ୍ପିଅନ୍ଶିପ୍। ଏଥିରେ ଅନ୍ତର୍ଜାତୀୟ ଟେକନିକାଲ୍ ଅଫିସିଆଲ୍ ଭାବେ ଦାୟିତ୍ୱ ତୁଲାଇବା ସକାଶେ ମନୋନୀତ ହୋଇଛନ୍ତି ପ୍ରବୋଦ କୁମାର ମହାନ୍ତି। ତାଙ୍କୁ ଆୟୋଜକ ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫ୍ଆଇ) ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଛି। ଏଥିସକାଶେ ଶ୍ରୀ ମହାନ୍ତିଙ୍କୁ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍ ପକ୍ଷରୁ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ସାଧାରଣ ସମ୍ପାଦକ ଅଭିଜିତ୍ ପଲ୍, ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ କୋଷାଧ୍ୟକ୍ଷ ଅଧୀପ ଦାସ ବଧେଇ ଜଣାଇଛନ୍ତି।