ନୂଆଦିଲ୍ଲୀ: ବୈଶ୍ୱିକ ସ୍ତରରେ ଗୁଜରାଟକୁ ଚମକାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଗୁଜରାଟର ଜାମନଗରରେ ପାରମ୍ପରିକ ଔଷଧ ଉପରେ ଡବ୍ଲ୍ୟୁଏଚଓର ବୈଶ୍ୱିକ ଔଷଧ କେନ୍ଦ୍ର ନିର୍ମାଣ କରାଯିବ । ସେଥିପାଇଁ ଭାରତର ଆୟୁଷ ବିଭାଗ ଓ ଡବ୍ଲ୍ୟୁଏଚଓ ମଧ୍ୟରେ ମାର୍ଚ୍ଚ ୨୫ରେ ଜିନେବାଠାରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାର ବିଧିବଦ୍ଧ ଉଦଘାଟନ ଏପ୍ରିଲ ୨୧ରେ ହେବ । ଭାରତ ଏହି କେନ୍ଦ୍ର ପାଇଁ ୨୫ କୋଟି ଡଲାର ଖର୍ଚ୍ଚ କରିବ ବୋଲି ସୂଚନା ମିଳିଛି ।
ଡବ୍ଲ୍ୟୁଏଚଓ ଓ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ମୋଦୀ କହିଛନ୍ତି ଯେ, ଗୁଜରାଟରେ ନିର୍ମାଣ ହେଉଥିବା ଡବ୍ଲ୍ୟୁଏଚଓର ବୈଶ୍ୱିକ ଔଷଧ କେନ୍ଦ୍ର ସମଗ୍ର ବିଶ୍ୱକୁ ଫଳପ୍ରଦ ଓ ସହଜ ଚିକିତ୍ସା ସମାଧାନ ପ୍ରଦାନ କରିବ ।