ମହିଳାଙ୍କୁ ପିଆରଏମ ମେଡ଼ିକାଲ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା, ଏନ୍ଏନ୍ଏସ୍: ବାରିପଦା ପୌରପରିଷଦରୁ ଜଣେ ମହିଳା ଅସୁସ୍ଥ ହେବା ପରେ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଏଠାରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ସେ ପଜିଟିଭ ହୋଇଥିବା ରିପୋର୍ଟ ଆସିଥିଲା। ଏହାପରେ ଡ୍ୟୁଟିରେ ଥିବା ଜଣେ ମେଡ଼ିକାଲ କର୍ମଚାରୀ ମହିଳାଙ୍କ ପ୍ରତି ଅସୌଜନ୍ୟ ଆଚରଣ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ମହିଳାଙ୍କ ପରିବାରର ସଦସ୍ୟମାନଙ୍କ ପକ୍ଷରୁ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ମହିଳାଙ୍କୁ ବାଙ୍କିଶୋଳ କୋଭିଡ଼ ହସ୍ପିଟାଲକୁ ପଠାଯାଇଛି।