ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରୌପ୍ୟ ଜିତିଲେ ଅବିନାଶ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନବମ ଦିନରେ ଆଥଲେଟ ଅବିନାଶ ସାବଲେ ରୌପ୍ୟ ପଦକ ଜିତିଛନ୍ତି । ଅବିନାଶ ୩ ହଜାର ମିଟର ସ୍ଟୀପଲଚେଜରେ ଶାନଦାର ପ୍ରଦର୍ଶନ କରିଛନ୍ତି । ଅବନାଶ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଯାଇ ରେସକୁ ୮ ମିନିଟ ୧୧.୨୦ ସେକେଣ୍ଡରେ ଜିତିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ବର୍ତ୍ତମାନ ସୁଦ୍ଧା ୨୮ ପଦକ ଜିତି ସାରିଛି । ଏଥିରେ ୯ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ସାମିଲ ରହିଛି । ଏଥିସହିତ ପଦକ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି ।