କଏଦୀ ଶିଖିବେ କୁସ୍ତି, ତିହାର ଜେଲରେ କୁସ୍ତି ଶିଖାଇବେ ସୁଶୀଲ କୁମାର, ସୂଚନା ଦେଲେ ଜେଲ ପ୍ରଶାସନ

ପଞ୍ଜାବ,ଏଜେନ୍ସି: ଏବେ ଜେଲରେ କଏଦୀ ଶିଖିବେ କୁସ୍ତି। ଦେଶରେ ପ୍ରଥମ କରି ପଞ୍ଜାବ ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବା ପାଇଁ ଯୋଜନା ହୋଇଛି। ସୂଚନା ଅନୂସାରେ ପଞ୍ଜାବ ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବାକୁ ଯାଉଛନ୍ତି କୁସ୍ତି ମାଷ୍ଟର ସୁଶୀଲ କୁମାର। ସୁଶୀଲ କୁମାର ଗତବର୍ଷ ମାର୍ଚ୍ଚ ମାସରୁ ତିହାର ଜେଲରେ ରହିଛନ୍ତି।

ସୁଶୀଲ ଛତ୍ରଶାଲ ଷ୍ଟାଡିୟମରେ ରେସଲର ସାଗର ଧନଖରଙ୍କୁ ଆକ୍ରମଣ କରିଥିଲେ ଓ ପରେ ସାଗରଙ୍କ ମୃତ୍ୟୁ ହେବାରୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜ୍ଜା କାଟୁଛନ୍ତି ସୁଶୀଲ କୁମାର।

ତେବେ ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବା ପାଇଁ ପୂର୍ବରୁ ଜୋଯନା ରହିଥିଲା ମାତ୍ର କରୋନା ଯୋଗୁ ଏହାକୁ ବିଳମ୍ବରେ ଆରମ୍ଭ କରାଯାଉଛି ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।