ପୁଲିସ ହାଜତରୁ ଖସିଗଲା ଅଭିଯୁକ୍ତ

ସୁନ୍ଦରଗଡ,ଏନ୍ଏନ୍ଏସ୍: ଦୀର୍ଘ ୯ ବର୍ଷ ଧରି ପୁଲିସକୁ ଚକମା ଦେଇ ଲୁଚି ବୁଲୁଥିବା ଏକ ଚୋରି ମାମଲାର ଅଭିଯୁକ୍ତ ଗତ ୧୬ ତାରିଖରେ ପୁଲିସ ହାତରେ ଧରା ପଡିବା ପରେ ପୁଣି ପୁଲିସ ଆଖିରେ ଧୁଳି ଦେଇହାଜତରୁ ଚମ୍ପଟ ମାରିଛି। ସୁଚନା ଅନୁଯାୟୀ ଗୁରୁବାର ଦିନ ଭୋରରେ ଅଭିଯୁକ୍ତ ଜଣଙ୍କ ପରିଶ୍ରା କରିବା ପାଇଁ ଯାଇ ହାତକଡାଖୋଲି ଥାନାରୁ ଫେରାର ହୋଇଯାଇଛି। ଅଭିଯୁକ୍ତ ଜଣକ ହେଲା ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ହାଡ଼ଗୁଣ୍ଡି ପଡ଼ାର ଗରିବ ତନ୍ତି

ଅଭିଯୁକ୍ତ ଗରିବ ତନ୍ତି ବିରୋଧରେ ଗତ ୨୦୧୦ ମସିହାରେ ଏକ ଚୋରି ମାମଲା ରୁଜୁ ହୋଇଥିଲା। ଫଳରେ ପୁଲିସ ୯ ବର୍ଷ ହେଲା ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଥିଲା। କୌଣସି ସୂତ୍ରରୁ ସେ ଘରେ ଥିବା ଖବରପାଇ ସଦର ଥାନାଏଏସ୍ଆଇ ଯୋଗେନ୍ଦ୍ର ରାଉତ ସଦଳବଳେ ଚଢ଼ଉ କରି ଗରିବ ତନ୍ତିକୁ ଗିରଫ କରିଥିଲା। ମାତ୍ର ଅଭିଯୁକ୍ତ ଗୁରୁବାର ପୁଣି ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି।