ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଏଜେନ୍ସି : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଉଦଘାଟନ କରିବେ। ଏହି ପ୍ରକଳ୍ପରେ ୨୯ ଦଶମିକ ୪କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଟି କରିଡର ନିର୍ମାଣ କରାଯାଇଛି। ପରିବେଶ ଅନୁକୂଳ ଏହି ପ୍ରକଳ୍ପ ତାଜମହଲ, ଆଗ୍ରା ପୋର୍ଟ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସମେତ ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟ ରେଳଷ୍ଟେସନ ଓ ବସଷ୍ଟାଣ୍ଡଗୁଡିକ ସହିତ ସଂଯୋଗ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଆଗ୍ରା ସହରର ୨୬ଲକ୍ଷ ଜନସାଧାରଣଙ୍କ ସମେତ ପ୍ରତିବର୍ଷ ସେଠାକୁ ଯାଉଥିବା ୬୦ଲକ୍ଷ ପର୍ଯ୍ୟଟକ ମଧ୍ୟ ଲାଭବାନ ହୋଇପାରିବେ। ଆସନ୍ତାକାଲି ଆଗ୍ରାର ୧୫ ବାଟାଲିୟନ ପିଏସି ପରେଡ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଦଘାଟନୀ ସମାରୋହରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ସମତେ ବହୁ ବରିଷ୍ଠବ୍ୟକ୍ତି ସାମିଲ ହେବେ।