ଜାନୁଆରୀ ମାସରୁ କଡା ହେବ କଟକଣା- ପରିବହନ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାନୁଆରୀ ମାସରୁ ଆହୁରି କଡାକଡି ହେବ ଚେକିଂ। ବେପରୁଆ ଗାଡି ଚାଳକଙ୍କୁ ଆଉ ଛଡା ଯିବନାହିଁ। ଜାନୁଆରୀ ମାସଠୁ ପୁଣି ଥରେ ହେବ କଡ଼ାକଡ଼ି ଚେକିଂ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିଛନ୍ତି । ଦୁଇ ଚକିଆ ଯାନରେ ପଛରେ ବସୁଥିବା ଲୋକ ହେଲେମେଟ ପିନ୍ଧିବା ପ୍ରସଙ୍ଗରେ କହିଛନ୍ତି ଯେ, ବର୍ତ୍ତମାନ ଚେକିଂ ସହ ଲୋକମାନଙ୍କୁ ସଚେତନ କରାଯାଉଛି । ୨୦୧୯ରୁ କେନ୍ଦ୍ର ସରକାର ଏହି ଆଇନ ଆଣିସାରିଛନ୍ତି କିନ୍ତୁ କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ କମିଟି ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଟକଣାକୁ କଡାକାଡି କରିବାକୁ ନିଷ୍ପତ୍ତି ନିଆଯାଇଛି ।