ଜର୍ମାନ ଚାନସେଲରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀ ଚାନସେଲରଙ୍କ ସହ ଫୋନରେ କଥା ହୋଇଛନ୍ତି। ନୂତନ ଜର୍ମାନ ଚାନସେଲର ଭାବେ ଓଲାଫ ସ୍କୋଲଜ ଦାୟିତ୍ବ ନେବା ପରେ ଏହା ହେଉଛି ଉଭୟଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ। ଆଜି ଏହି ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଓଲାଫ ସ୍କୋଲଜଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୋଦୀ। ସେହିପରି ଭାରତ-ଜର୍ମାନୀ ଏକାଧିକ ଦ୍ବୀପାକ୍ଷିକ ପ୍ରସଙ୍ଗ ନେଇ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିବା ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ ୬ ତମ ଆନ୍ତଃ-ସରକାରୀ ବୈଠକ ଅବସରରେ ସେ ଓଲାଫ ସ୍କୋଲଜଙ୍କୁ ଭେଟିବାକୁ ମଧ୍ୟ ଅପେକ୍ଷା କରିଛନ୍ତି। ଆଜିର ବାର୍ତ୍ତାଳାପ ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ଏକ ଟ୍ବିଟ ମଧ୍ୟ କରିଛନ୍ତି।

ସେହିପରି ଉଭୟ ନେତାଙ୍କ ମଧ୍ୟରେ ବାର୍ତ୍ତାଳପ ନେଇ ସରକାରୀ ଭାବେ କୁହାଯାଇଛି ଯେ, ଭାରତ-ଜର୍ମାନୀ ରଣନୌତିକ ତଥା ଦ୍ବିପାକ୍ଷିକ ଭାଗିଦାରୀକୁ ମଜବୁତ କରିବାରେ ପୂର୍ବତନ ସାନସେଲର ଆଞ୍ଜେଲା ମୋର୍କେଲଙ୍କ ଅତୁଳନୀୟ ଅବଦାନ ଥିଲା। ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଞ୍ଜେଲା ମର୍କେଲଙ୍କୁ ମଧ୍ୟ ମନେ ପକାଇବା ସହ କୃତଜ୍ଞତା ଜଣାଇଛନ୍ତି। ସେହିପରି ଦୁଇ ଦେଶ ମଧ୍ୟରେ ସହଯୋଗର ସେହି ପୂର୍ବ ଧାରା ସ୍କୋଲଜଙ୍କ ନେତୃତ୍ୱରେ ମଧ୍ୟ ଜାରି ରହିବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।